ଭୁବନେଶ୍ୱର : ୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା ପ୍ରକାଶ ପାଇଛି । ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆସନ୍ତା ୨୦୨୬ ବର୍ଷ ପାଇଁ ପରକାଶଜ ପାଇଥିବା ଛୁଟି ତାଲିକାରେ ରବିବାର ବ୍ୟତୀତ ୮୨ ଦିନ ଛୁଟି ରହିଛି। ଆସନ୍ତା ବର୍ଷ ଛୁଟି ତାଲିକାରେ ଥିବା ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ଗାନ୍ଧି ଜୟନ୍ତୀ ବିଦ୍ୟାଳୟରେ ପାଳନ କରାଯିବ। ତେଣୁ ଏହି ଦିନ ପିଲାମାନଙ୍କୁ ସ୍କୁଲ ଯିବାକୁ ପଡ଼ିବ। ତେବେ ଆସନ୍ତା ବର୍ଷ ରବିବାର ବ୍ୟତୀତ ୮୨ ଦିନ ଛୁଟି ରହିବ।ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ମେ ୬ ତାରିଖରୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ମୋଟ ୩୮ ଦିନ ଖରା ଛୁଟି ରଖାଯାଇଛି। ଅକ୍ଟୋବର ୧୭ରୁ ୨୬ ଯାଏଁ ପୂଜା ଛୁଟି ହେବାକୁ ଥିବା ବେଳେ ଡିସେମ୍ୱର ୨୩ରୁ ୩୧ ତାରିଖ ଯାଏ ଶୀତ ଛୁଟି ମିଳିବ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମତି ଅନୁସାରେ ୨ ଦିନ ସ୍ଥାନୀୟ ଛୁଟି ଦିଆଯିବ।
ପ୍ରକାଶ ପାଇଲା ୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା
