ବଦଳିବ ରୌପ୍ୟ ନଗରୀର ରୂପ : କଟକ ସହରକୁ କରାଯିବ ସମ୍ପ୍ରସାରଣ

କଟକ : ବଦଳିବ ରୌପ୍ୟ ନଗରୀର ରୂପରେଖ। ଜନସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି କଟକ ସହରକୁ କରାଯିବ ସମ୍ପ୍ରସାରଣ କରାଯିବ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ବିଶେଷ କରି ସିଡିଏ ଅଞ୍ଚଳକୁ ସମ୍ପ୍ରସାରଣ କରାଯାଇ ଜନ ବସତି ସ୍ଥାପନ କରାଯିବ। ମହାନଦୀ ରିଭର ଫ୍ରଣ୍ଟ ପାଇଁ ୨୫୦ କୋଟି ଏବଂ କାଠ ଯୋଡ଼ି ରିଭର ଫ୍ରଣ୍ଟ ଲାଗି ୬୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ସିଡିଏ ଅଞ୍ଚଳରେ କପଡ଼ା ମଣ୍ଡି ଏବଂ ଚାନ୍ଦୀ ମଣ୍ଡି ନିର୍ମାଣ କରାଯିବ।
କଟକ ସହରର ସୌନ୍ଦର୍ଯ୍ୟକରଣ ପାଇଁ ସରକାର ବିଭିନ୍ନ ପ୍ରକଳ୍ପ ପ୍ରସ୍ତୁତ କରିଛନ୍ତି ବୋଲି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର କଟକ ସହିଦ ଭବନ ଠାରେ ସ୍ୱାୟତ୍ତ ଶାସନ ଦିବସର ଉଦଘାଟନ କରି ମତବ୍ୟକ୍ତ କରିଛନ୍ତି। ମେୟର ସୁବାସ ସିଂ କାର୍ଯ୍ୟକ୍ରମରେ ସଭାପତିତ୍ବ କରି କଟକ ସହରର ବିଭିନ୍ନ ସମସ୍ୟା ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସହରବାସୀଙ୍କର ବହୁ ପ୍ରତୀକ୍ଷିତ ସହୀଦ ଭବନ ନବୀକରଣ କରାଯାଇ ଆଜି ସିଏମସି ପକ୍ଷରୁ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉଦଘାଟିତ କରାଯାଇଥିଲା। eha ଚୌଧୁରୀବଜାର ସ୍ଥିତ କଲ୍ୟାଣ ମଣ୍ଡପ ନବୀକରଣ କରାଯାଇ ଉଦଘାଟିତ କରାଯାଇଛି। କଟକ ମହାନଗର ନିଗମ ପକ୍ଷରୁ ଆୟୋଜିତ ସ୍ୱାୟତ୍ତ ଶାସନ ଦିବସକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ପାଳନ କରାଯାଇଛି। ସହୀଦ ଭବନ ନବୀକରଣର ଉଦଘାଟନ ସହ ସାଧାରଣ ସଭା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ଵାଳ, ସଦର ବିଧାୟକ ପ୍ରକାଶ ସେଠୀ, ବାରବାଟୀ ବିଧାୟିକା ସୋଫିଆ ଫିରଦୋସ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *