ପ୍ରଥମ ହୁଣ୍ଡି ସ୍ଥାନାନ୍ତର ପରେ ଧାଡ଼ି ଦର୍ଶନ..

ପୁରୀ: ଶ୍ରୀମନ୍ଦିର ନୂଆ ପରିଚାଳନା କମିଟିର ପ୍ରଥମ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବା ସହିତ କିଛି ବଡ଼ ନିଷ୍ପତ୍ତି ନିଆଯାଇଛି । ଶ୍ରୀମନ୍ଦିରରେ ହୁଣ୍ଡି ସ୍ଥାନାନ୍ତର ପରେ ଖୁବଶୀଘ୍ର ଧାଡି ଦର୍ଶନ ଆରମ୍ଭ ହେବ ବୋଲି ଆଲୋଚନା କରାଯାଇଛି । ଏହି ଆଲୋଚନାରେ ନାଟମଣ୍ଡପରେ ଶୀତତାପ ନିୟନ୍ତ୍ରିତ ପାଇଁ ଏଏସଆଇ ତରଫରୁ ଅନୁମତି ମିଳିଛି । ଏହାସହ ଦିବ୍ୟାଙ୍ଗମାନଙ୍କ ପାଇଁ ଉତ୍ତର ଦୁଆରରେ ରାମ୍ପ ବ୍ୟବସ୍ଥା ପାଇଁ ଏକ କମିଟି ଗଠନ ହୋଇଛି ।

ସେପ୍ଟେମ୍ବର ୧୫ ସୁଦ୍ଧା ହୁଣ୍ଡି ସ୍ଥାନାନ୍ତର ହେବା ସବୁ ପ୍ରକ୍ରିୟା ସରିବ ବୋଲି ଆଇନ ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ପ୍ରଦାନ କରିଛନ୍ତି । ସେହିପରି ଧାଡି ଦର୍ଶନ କାରଣରୁ ଯେପରି ନୀତିକାନ୍ତି ପ୍ରଭାବିତ ନହୁଏ ତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସେନେଇ ପ୍ରଥମେ ପରୀକ୍ଷାମୂଳକ ଭାବେ ଧାଡି ଦର୍ଶନ କରାଯିବ ବୋଲି ବୁଧବାର ବସିଥିବା ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏନେଇ ଆଲୋଚନା ହୋଇଛି ।

Leave a Reply

Your email address will not be published. Required fields are marked *