ସୁସ୍ଥ ଅଛନ୍ତି ନବୀନ ପଟ୍ଟନାୟକ, ଖୁବଶୀଘ୍ର ହସ୍ପିଟାଲରୁ ହେବେ ଡିସଚାର୍ଜ

ଭୁବନେଶ୍ୱର : ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ଗତକାଲି ଅସୁସ୍ଥତା କାରଣରୁ ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଭର୍ତ୍ତି ଥିଲେ। ଆଜି ହସ୍ପିଟାଲରୁ ଡିସଚାର୍ଜ ହେବା ନେଇ ସୂଚନା ମିଳିଛି। ସୁସ୍ଥ ଥିବା ନେଇ ଭିଡିଓ ବାର୍ତ୍ତାରେ ସୂଚନା ଦେଇଛନ୍ତି ନିଜେ ନବୀନ ପଟ୍ଟନାୟକ।
ଡି-ହାଇଡ୍ରେସନ ଜନିତ ସମସ୍ୟା ପାଇଁ ରବିବାର ସନ୍ଧ୍ୟା ପ୍ରାୟ ୫ଟା ୧୫ରେ ସେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେ ଏହି ଭିଡିଓରେ ଡାକ୍ତରଙ୍କୁ ମୁଁ ସୁସ୍ଥ ଅଛି ବୋଲି କହିଛନ୍ତି। ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରୁଛନ୍ତି ବୋଲି ଏକ ଭିଡ଼ିଓରେ କହିଛନ୍ତି । ଗତକାଲି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ ଡାକ୍ତରଖାନା ଗସ୍ତ କରି ନବୀନଙ୍କୁ ଯୋଗାଇ ଦିଆଯାଉଥିବା ଚିକିତ୍ସା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ୍ସ ରେ ନବୀନଙ୍କ ଦ୍ରୁତ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି। ସୂଚନା ଅନୁସାରେ ନବୀନ ପଟ୍ଟନାୟଙ୍କୁ ଦେଖିବା ପାଇଁ ବିଜେଡିର ବହୁ ବରିଷ୍ଠ ନେତା ମେଡିକାଲରେ ପହଞ୍ଚିଥିଲେ। ନବୀନଙ୍କ ସୁରକ୍ଷା ପାଇଁ ଘରୋଇ ହସ୍‌ପିଟାଲ ଆଗରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସର୍ଭିକାଲ ଆଥ୍ରାଇଟିସ୍ ଅସ୍ତ୍ରୋପଚାର ନିମନ୍ତେ ଜୁନ୍ ମାସ ୨୦ ତାରିଖରେ ମୁମ୍ବାଇ ଯାଇଥିଲେ ନବୀନ ପଟ୍ଟନାୟକ। ସେଠାରେ ୨୦ ଦିନ ରହିବା ପରେ ଗତ ଜୁଲାଇ ୧୨ ତାରିଖରେ ନବୀନ ଭୁବନେଶ୍ୱର ଫେରିଥିଲେ।

Leave a Reply

Your email address will not be published. Required fields are marked *