କଟକ: ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବଦଳି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଝଟକା। ରାଜ୍ୟ ସରକାର କରିଥିବା ଚିଠିକୁ ଖାରଜ କଲେ ହାଇକୋର୍ଟ । ୧୫ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ବଦଳି ପାଇଁ ସାଂସଦ, ବିଧାୟକଙ୍କୁ ଦେଇଥିଲେ କ୍ଷମତା । ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟ ନାପସନ୍ଦ କରିଛନ୍ତି । ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଜେଡ଼ି ବିଧାୟକ ଅରୁଣ ସାହୁ। ସେ କହିଛନ୍ତି ଯେ, ବିଜେପି ସରାକର ସର୍କୁଲାର ଜାରି କହିଲେ ୧୫ ଶିକ୍ଷକ ବଦଳି ପାଇଁ। ଏହା ଅକ୍ଷମଣୀୟ। ବିଜେପି ବିଧାୟକ ୧୦୦ରୁ ୧୫୦ ଶିକ୍ଷକ ବଦଳି ପାଇଁ ପ୍ରସ୍ତାବ ଦେଲେ। ଏହା ଠିକ ନୁହେଁ । ଏହା ତୁରନ୍ତ ବନ୍ଦ ହେବା ଦରକାର। ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସେ ସ୍ବାଗତ କରିଛନ୍ତି।
ରାଜ୍ୟ ସରକାରଙ୍କୁ ଝଟକା, ଶିକ୍ଷା କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପକୁ ହାଇକୋର୍ଟଙ୍କ ନାପସନ୍ଦ
