ଭୁବନେଶ୍ୱରରେ ହେବ ବିମାନ ମରାମତି କେନ୍ଦ୍ର

ଭୁବନେଶ୍ୱର: ଭୁବନେଶ୍ୱରେ ପୂର୍ବ ଭାରତର ପ୍ରଥମ ବଡ଼ ବିମାନ ମରାମତି କେନ୍ଦ୍ର ହେବ। ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ରାଜ୍ୟ କ୍ୟାବିନେଟ୍‌ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏକ ଆଧୁନିକ ମେଣ୍ଟେନାନ୍ସ, ରିପେୟାର ଆଣ୍ଡ ଓଭରହଲ (ଏମ୍‌ଆରଓ) କେନ୍ଦ୍ର ସ୍ଥାପନ ପାଇଁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ ଦେଇଛି । ଏନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,ବିଶ୍ୱ ଏମଆରଓ ଶିଳ୍ପ ୨୦୩୧ ସୁଦ୍ଧା ୮.୯ ପ୍ରତିଶତ ଚକ୍ରବୃଦ୍ଧି ବାର୍ଷିକ ଅଭିବୃଦ୍ଧି ହାରରେ ୪.୦ ବିଲିୟନରେ ପହଞ୍ଚିବ ବୋଲି ଆକଳନ କରାଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗ ଏହାର ତଦାରଖ କରିବ, ଯେତେବେଳେ ବିମାନ ଚଳାଚଳ ଉପରେ ଉଚ୍ଚସ୍ତରୀୟ କମିଟି ପ୍ରକଳ୍ପ ପ୍ରଚଳନ ଓ ତଦାରଖକୁ ସହଜ କରିବ । ଏହି ପ୍ରକଳ୍ପ ସରକାରଙ୍କ ବି-ମାନ(ବିଲଡିଂ ଆଣ୍ଡ ମ୍ୟାନେଜମେଣ୍ଟ ଅଫ୍‌ ଆଭିଏଶନ ଆସେଟସ ଆଣ୍ଡ ନେଟୱର୍କ) ଯୋଜନାର ଅଂଶ । ଘରୋଇ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ଶିଳ୍ପ ନୀତି ସଂକଳ୍ପ (ଆଇପିଆର) ୨୦୨୨ ଅନୁସାରେ ଏକ ସ୍ବତନ୍ତ୍ର ପ୍ୟାକେଜ୍‌ ଅଫର କରାଯାଇଛି ।

Leave a Reply

Your email address will not be published. Required fields are marked *