ପଙ୍ଗୁ ହେଲା ମଧୁବାବୁ ପେନସନ ଯୋଜନା: ବୟସ ୭୫, ତଥାପି ମିଳିଲାନି ବାର୍ଦ୍ଧକ୍ୟ ଭତ୍ତା

Oplus_131072

ଗୋପାଳପୁର: ବୟସ ୭୫ ବର୍ଷ ହେଲା, ଶରୀର ଶକ୍ତି ହ୍ରାସ ପାଇଛି, ତଥାପି ଜୀବନଯାପନ ପାଇଁ ଚା ଦୋକାନରେ କାମ କରୁଛନ୍ତି ଭାସ୍କର ପାତ୍ର। ବାର୍ଦ୍ଧକ୍ୟ ଭତ୍ତା ପାଇବା ଆଶାରେ ୧୫ ବର୍ଷ ଧରି ଆବେଦନ କରି ଆସୁଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ସେ ଭତ୍ତାରୁ ବଞ୍ଚିତ ହୋଇ ଆସୁଛନ୍ତି।ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ କରାପଲ୍ଲୀ ପଞ୍ଚାୟତର ଗୀତାନଗର ଅଞ୍ଚଳରେ ବସବାସ କରୁଛନ୍ତି ଭାସ୍କର। ଦୁଇ ପୁଅ ଓ ସ୍ତ୍ରୀଙ୍କୁ ନେଇ ତାଙ୍କର ପରିବାର। ପୁଅମାନେ ନିଜ ପରିବାର ସହ ହାଇଦ୍ରାବାଦରେ ରହୁଥିବା ବେଳେ ଭାସ୍କର ଏବେ ସ୍ତ୍ରୀ ସରସ୍ବତୀଙ୍କ ସହ ଗାଁରେ ରହି ଆସୁଛନ୍ତି।ଜୀବିକା ଚଳାଇବା ପାଇଁ ସେ କରାପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟ ସମୀପରେ ଏକ ଛୋଟ ଚା ଦୋକାନ ଚଲାଉଛନ୍ତି। ବିଭିନ୍ନ ସମୟରେ ସରପଞ୍ଚ ଓ ସ୍ଥାନୀୟ ଅଧିକାରୀଙ୍କୁ ଅନୁରୋଧ କରିଥିଲେ ସୁଦ୍ଧା ଭାସ୍କରଙ୍କ ଆବେଦନ ଆଜିପର୍ଯ୍ୟନ୍ତ କେହି ଶୁଣୁନାହାନ୍ତି ।ଭାସ୍କର କହିଛନ୍ତି, “ବର୍ଷେ ବର୍ଷ ଆବେଦନ କରୁଛି, କିନ୍ତୁ ମୋର ନାମ ତାଲିକାରେ ଆସୁନାହିଁ। ସରକାର ମୋତେ ଭୁଲିଗଲେ କି?”ସେ ଆଶା କରୁଛନ୍ତି ଯେ, ସରକାର ତାଙ୍କ ଅବସ୍ଥାକୁ ମନେରଖି ଶୀଘ୍ର ଭାବେ ବାର୍ଦ୍ଧକ୍ୟ ଭତ୍ତା ଦେଇ ସାହାଯ୍ୟ କରିବେ

Leave a Reply

Your email address will not be published. Required fields are marked *