ଭୁବନେଶ୍ବର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ବୋର୍ଡ଼ କତୃପକ୍ଷ ଫେବ୍ରୁଆରୀ ୧୯ ତାରିଖ ପରୀକ୍ଷା ହେବ ବୋଲି ଘୋଷଣା କରିଛନ୍ତି। ପରୀକ୍ଷା ୧୯ରୁ ମାର୍ଚ୍ଚ ୨ପର୍ଯ୍ୟନ୍ତ ଚାଲିବ। ସକାଳ ୯ଟାରୁ ଆରମ୍ଭ ହେଇ ସାଢ଼େ ୧୧ଟା ଯାଏଁ ଚାଲିବ। ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଅଧିକ ୧୫ ମିନିଟ୍ ଦିଆଯିବ । ଫେବ୍ରୁଆରୀ ୧୯ ପ୍ରଥମ ଦିନରେ ଛାତ୍ରୀଛାତ୍ର ମାତୃଭାଷା ପରୀକ୍ଷା ଦେବେ । ୨୧ରେ ଇଂରାଜୀ, ୨୩ରେ ସଂସ୍କୃତ/ହିନ୍ଦୀ, ୨୫ରେ ବିଜ୍ଞାନ ପରୀକ୍ଷା, ୨୭ରେ ସାମାଜିକ ବିଜ୍ଞାନ, ମାର୍ଚ୍ଚ ୨ରେ ଗଣିତ ପରୀକ୍ଷା ରହିଛି ।
ଫେବ୍ରୁଆରୀ ୧୯ରୁ ମାଟ୍ରିକ ପରୀକ୍ଷା
