କେନ୍ଦୁଝର : ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା ଯୁବ କଂଗ୍ରେସ କମିଟିର ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ଳ ଅଖିଳ ଭାରତ କଂଗ୍ରେସ କମିଟି ଅନୁମୋଦନକ୍ରମେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସଭାପତି ଉଦୟଭାନ ଚିବଙ୍କ ସୁପାରିଶ କ୍ରମେ ରାଷ୍ଟ୍ରୀୟ ଯୁବ କଂଗ୍ରେସ ସମ୍ପାଦକ ମହେଶ ଦେଶମୁଖ ଜିଲା ଯୁବ କଂଗ୍ରେସ ସଭାପତିଙ୍କ ନାମ ଘୋଷଣା କରିଛନ୍ତି lନିଯୁକ୍ତି ପରେ ସୁନେଶ କହିଛନ୍ତି, ଆଗାମୀ ଦିନରେ ଜିଲାରେ ଯୁବ ଓ ଛାତ୍ରଙ୍କ ସୁରକ୍ଷା, ଅଧିକାର ସହିତ ଶିକ୍ଷିତ ବେକାରୀଙ୍କୁ ନିଯୁକ୍ତି ପ୍ରତି ଦୃଷ୍ଟି ଦିଆଯିବ l
କେନ୍ଦୁଝର ଜିଲା ଯୁବ କଂଗ୍ରେସ ସଭାପତି ହେଲେ ସୁନେଶ ଧୀର
