ନବରଙ୍ଗପୁର: ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ଓ ଓଡ଼ିଶା କୃଷକ ସଭା ପକ୍ଷରୁ ରାଜ୍ୟବ୍ୟାପି ଉଲଗୁଲାନ୍ ଦିବସ ବା ସହିଦ୍ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ ହେଇଯାଇଛି। ଏହି ଅବସରରେ ନବରଙ୍ଗପୁର ମାଝୀଗୁଡା ଛକରୁ ନବରଙ୍ଗପୁର ଜିଲ୍ଲପାଳଙ୍କ କାର୍ଯାଳୟ ପର୍ଯ୍ୟନ୍ତ ଏକ ଶେଭାଯାତ୍ରା ବାହାରିଥିଲା ।ସେଠାରେ ଜିଲ୍ଲପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାର ୧୦ଟି ବ୍ଲକର ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂପାଦକ ରାଜେଶ ଜାନି , ଜିଲ୍ଲା ସଭାପତି ନୁଆଖାଉ ଭତରା , ଜିଲ୍ଲା ସହ ସମ୍ପାଦକ ସାଲିମଧର୍ ଜାନି , ଯୁବ ସମାଜସେବୀ ଦୟାନିଧି ସୁନା , ମହନ ସାନ୍ତା , ଅଦୁ ଶାନ୍ତା , ରେଣ୍ଡୁ ଗୋଣ୍ଡ , ଅଲେଖ କୁଲଦୀପ , ମନ୍ତ୍ରୀ ସାନ୍ତା , ଅର୍ଜୁନ ସାନ୍ତା , ସୁକ୍ରୁ ହରିଜନ , ଗୁରୁନାଥ ସାନ୍ତା , ବିଡ଼ିଅ ସାନ୍ତା ଓ ପ୍ରାୟ ୫୦୦ ଆଦିବାସୀ ଉପସ୍ଥିତ
ଉଲଗୁଲାନ ଦିବସ ପାଳିତ
